ଚାରଣ ସମ୍ବାଦ
ଚାରଣ ଗୋଷ୍ଠୀ ତରଫରୁ ଜନ୍ମାଷ୍ଟମୀ ଉତ୍ସବ
ପାଳିତ
ପୁରୀ ୩୦/୮: ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ, ପୁରୀର ରାଜ୍ୟରେ ଓ ରାଜ୍ୟ ବାହାରେ ଥିବା ଅଧିକାଂଶ ଶାଖାରେ ତା ୩୦/୮/୨୦୨୧ରିଖ ଜନ୍ମାଷ୍ଟମୀ ଅବସରରେ ବହୁସଂଖ୍ୟାରେ ଚାରଣମାନେ ଯୋଗ ଦେଇ ସହସ୍ରାର୍ଚ୍ଚନ, ବିଷ୍ଣୁ ସହସ୍ରନାମ ଓ ଶ୍ରୀମଦ ଭାଗବତ ଦଶମ ସ୍କନ୍ଦ ୧ମ ଅଧ୍ୟାୟ ଠାରୁ ୪ର୍ଥ ପର୍ଯ୍ୟନ୍ତ ପାଠକରି ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ମନାଇଛନ୍ତି ।
![]() |
ପୁରୀ ଜିଲ୍ଲା ସଂଗଠନର ସାଂଗଠନିକ ବୈଠକ
ପୁରୀ ୨୮/୮: ନନ୍ଦୋତ୍ସବ ଦିନ ପ୍ରଥମ କରି
ପୁରୀ ଜିଲ୍ଲା ସଂଗଠନର ଏକ ବୈଠକ ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ
ହୋଇଥିଲା । ଏଥିରେ ପୁରୀ ଜିଲ୍ଲାର ସମସ୍ତ ମଣ୍ଡଳ, ଅଞ୍ଚଳ, ଜିଲ୍ଲା ସଂଗଠକ ଓ କେନ୍ଦ୍ରୀୟ କର୍ମକର୍ତ୍ତାମାନେ
ଯୋଗ ଦେଇଥିଲେ । ଜିଲ୍ଲାରେ ଚାରଣ ସଂଗଠନକୁ ବ୍ୟାପକ କରିବା ପାଇଁ ଆଲୋଚନା ହେଲା । ଜିଲ୍ଲାର
ପୁରୀ ସଦର, ବ୍ରହ୍ମଗିରୀ, କଣାସ, ଡେଲାଙ୍ଗ, ସାକ୍ଷୀ ଗୋପାଳ, ପିପିଲି, ଅସ୍ତରଙ୍ଗ, କାକଟପୁର, ନିମାପଡ଼ା, ଗୋପ ଓ କୃଷ୍ଣ ପ୍ରସାଦ(ପାରିକୁଦ ଚିଲିକା)
ବ୍ଳକରେ ଅତିକମରେ ଗୋଟିଏ ଗୋଟିଏ ଶାଖା ଖୋଲିବାକୁ ସ୍ଥିର ହୋଇଥିଲା । ସମସ୍ତ ସଂଗଠକ ନିଜ ହାତରୁ
ଖର୍ଚ୍ଚକରି ସଂଗଠନ କରିବାକୁ ପ୍ରତିଶୃତି ଦେଇଥିଲେ । ସମସ୍ତଙ୍କୁ କେନ୍ଦ୍ରୀୟ ସଂପାଦକ ଧନ୍ୟବାଦ
ଦେଇଥିଲେ ।
ବାହାରିପୁରରେ ନୂତନ ଚାରଣ ଶାଖା ଗଠିତ
ହାଟଡ଼ିହି ୨୮/୮: ଜଗନ୍ନାଥ ମହାପ୍ରଭୁଙ୍କ
ଅପାର କରୁଣାରୁ ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ ପୁରୀ ତରଫରୁ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଳକ
ସମଣା ପଂଚାୟତ ବାହାରିପୁର ଗ୍ରାମରେ ଏକ ଚାରଣ ଶାଖା ଗଠନ କରାଯାଇଛି । ଲକ୍ଷ୍ମୀନାରାୟଣ ମନ୍ଦିର
ପରିସରରେ ଚାରଣ ଗୋଷ୍ଠୀ ପକ୍ଷରୁ ସତ୍ସଙ୍ଗ ଅନୁଷ୍ଠିତ ହୋଇଥିଲା । ବିଷ୍ଣୁ ସହସ୍ରନାମ, ପଞ୍ଚଦଶ ଅଧ୍ୟାୟ, ହନୁମାନ ଚାଳିଶା ଆଦି ପାଠ କରାଯାଇଥିଲା ।
ଜଗନ୍ନାଥ ଚେତନାର ପ୍ରଚାର ଓ ସୁସ୍ଥ ସମାଜ ଗଠନ ଲକ୍ଷ୍ୟରେ ଚାରଣଗୋଷ୍ଠୀ ତରଫରୁ ଏଭଳି କାର୍ଯ୍ୟକ୍ରମ
ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶାଳଦେଇ ଚାରଣ ଶାଖାରୁ ନବଘନ ରାଉତ, କୋଦମ୍ବଡ଼ିହି ଶାଖାରୁ ତପନ କୁମାର ନାୟକ, ରାମଚନ୍ଦ୍ର ନାୟକ, ମଙ୍ଗରାଜପୁରରୁ ବ୍ରଜବନ୍ଧୁ ପରିଡ଼ା ଉପସ୍ଥିତ
ଥିଲେ । କାର୍ଯ୍ୟକ୍ରମଟିକୁ ନାରାୟଣ ସ୍ୱାଇଁ, ମଦନମୋହନ ବିଶ୍ୱାଳ,
ବାଇଧର ସ୍ୱାଇଁ, ଗୋଲାପ ସାହୁ, ଶ୍ୟାମସୁନ୍ଦର ସାହୁ, ଦାମୋଦର ସାହୁ, ମଣି ସାହୁ, ଦୀନବନ୍ଧୁ ସା ପ୍ରମୁଖ ପରିଚାଳନା କରିଥିଲେ ।
ଚାରଣ ସଂଗଠକ ସମ୍ମିଳନୀ-୨୦୨୧
ସ୍ଥାନ-ମୁଖ୍ୟ କାର୍ଯ୍ୟାଳୟ, ପୁରୀ ଦିନାଙ୍କ-୨୭/୦୮/୨୦୨୧
ଜୟ ଜଗନ୍ନଥ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ, ପୁରୀ ତରଫରୁ ମଣ୍ଡଳ ସଂଗଠନ, ଅଞ୍ଚଳ ସଂଗଠନ, ଜିଲ୍ଲା ସଂଗଠନ ଓ କେନ୍ଦ୍ରୀୟ ସଂଗଠନର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଶ୍ରୀକ୍ଷେତ୍ର ପୁରୀସ୍ଥ ଗୋଷ୍ଠୀର ନିଜ ମୁଖ୍ୟାଳୟର ସଭାଗୃହରେ ତା୨୭/୮/୨୦୨୧ରିଖରେ ଅନୁଷ୍ଠିତ ହୋଇ ଯାଇଛି ।
ଦଳପତି ପ୍ରାଧ୍ୟାପକ ଡା. ଗୋପାଳ ଚନ୍ଦ୍ର ରଥଙ୍କ ପୌରୋହିତ୍ୟରେ ଉଦ୍ଘାଟିତ ଏହି ବୈଠକ ମହାପ୍ରଭୁଙ୍କ ଆଜ୍ଞାମାଳର ପୂଜନରୁ ଆରମ୍ଭ ହୋଇଥିଲା । ପ୍ରଥମେ ଦଳପତି ମୁଖ୍ୟାଳୟରେ ପ୍ରତିଷ୍ଠିତ ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରିବା ପରେ ଆଜ୍ଞାମାଳଙ୍କର ଆରତି କରିଥିଲେ । ତାପରେ ‘ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ’ ସାମୁହିକ ଉଚ୍ଚାରଣ ପୂର୍ବକ ଚାରଣୀୟ ଧ୍ୱନିରେ ବୈଠକର ଅୟମାରମ୍ଭ ହୋଇଥିଲା । ବୈଠକରେ ଗଜପତି ମହାରାଜାଙ୍କ ରାଜଗୁରୁ ସୁଧାଂଶୁ ଶେଖର ରାଜଗୁରୁ ଅତିଥିଭାବେ ଯୋଗ ଦେଇଥିଲେ ।
ଦଳପତିଙ୍କ ନିର୍ଦ୍ଦେଶରେ ସଂପାଦକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଯାହାକୁ ଉପସ୍ଥିତ ସମସ୍ତ ଚାରଣମାନେ କରତାଳି ଦ୍ୱାରା ଗୃହିତ କରିଥିଲେ । ଦଳପତି ଶ୍ରୀ ରାଜଗୁରୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ, ପୁରୀ ଦ୍ୱାରା ପ୍ରକାଶିତ ତଥା ଗୋଷ୍ଠୀର ଯୁଗ୍ମ ସଂପାଦକ କବି ତିଳକ ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ୱାରା ଲିଖିତ ନୀଳାଚଳ କ୍ଷେତ୍ର ମହାତ୍ମ୍ୟ(କପିଳ ସଂହିତା) ପୁସ୍ତକକୁ ମଞ୍ଚାସୀନ ଅତିଥିଗଣ ଉନ୍ମୋଚନ କରିଥିଲେ ।ଉପଦଳପତି ଡ. ଶରତ ଚନ୍ଦ୍ର ପାତ୍ର ଶ୍ରୀ ବରାଡ଼ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନୂତନ ଭାବରେ ବିଭିନ୍ନ ପଦପଦବୀ ଗ୍ରହଣ କରିଥିବା ଚାରଣମାନଙ୍କର ପରିଚୟ ପର୍ବ ତାହା ପରେ ଅନୁଷ୍ଠିତ ହୋଇଥିଲା ।
ସଂପାଦକ ସମସ୍ତଙ୍କର ନାମ ପଢ଼ି ପରିଚୟ କରାଇଥିଲେ । ଚାରଣ ମୁଖ୍ୟାଳୟସ୍ଥ ଆବାସରେ ରହିବା ଏବଂ ତୃତୀୟ ମହଲାରେ ଏକକ ରହଣୀ ଗୃହ ନିର୍ମାଣର ନିୟମମାନ ଦଳପତି ପଠନ କରିଥିଲେ ଆଲୋଚନା ପରେ ଉକ୍ତ ପ୍ରସ୍ତବକୁ ମଧ୍ୟ ଗ୍ରହଣ କରାଯାଇଥିଲା । ଶ୍ରୀଯୁକ୍ତ ଇନ୍ଦ୍ରମଣି ମହାନ୍ତି, ଶ୍ରୀଯୁକ୍ତ ପଞ୍ଚାନନ ସ୍ୱାଇଁ,
ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ସ୍ୱାଇଁ ପ୍ରମୁଖ ତୃତୀୟ ମହଲା ନିର୍ମାଣ ନିମନ୍ତେ ଅର୍ଥରାଶି ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ଶେଷରେ ଚାରଣମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ଜୟ ଜୟକାର ଶବ୍ଦରେ ଗଗନ ପବନ ମୁଖରିତ ହେବା ସହିତ ସଭା ସାଙ୍ଗ ହେବାର ନିର୍ଦ୍ଦେଶ ଦଳପତି ପ୍ରଦାନ କରିଥିଲେ । ସମସ୍ତ ଚାରଣ ମହାପ୍ରସାଦ ସେବନ କରିଥିଲେ ।
ଚାରଣଗୋଷ୍ଠୀ ତରଫରୁ ବଳଦେବ ଜୟନ୍ତୀ ପାଳିତ
କଳିଙ୍ଗ ନଗର ୨୩/୮:ଆନ୍ତର୍ଜାତୀୟ
ଚାରଣଗୋଷ୍ଠୀ ପୁରୀର ବାଳୁଙ୍ଗାବନ୍ଦି, ଯଖପୁରା ଓ ରାବଣା ଶାଖାର ଚାରଣ ଭାଇ ଭଉଣୀ
ମାନେ ମିଳିତ ଭାବରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପବିତ୍ର ବଳଦେବ ଜୟନ୍ତୀ ବାଳୁଙ୍ଗାବନ୍ଦିର
ବଗେଇ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପାଳନ କରିଥିଲେ । ବିଷ୍ଣୁ ସହସ୍ରନାମ, ହନୁମାନ ଚାଳିଶା ପାଠ କରି ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ବୋଲି
ଜଗନ୍ନାଥଙ୍କୁ ଗୁହାରୀ ଜଣାଇଥିଲେ । ବାଳୁଙ୍ଗାବନ୍ଦି ଚାରଣ ଶାଖାର ଦଳପତି ଗଣେଶ୍ୱର ବେହେରା, ଉଦୟ ରାଉତ ଓ ଯଖପୁରା ଶାଖାର ରଘୁନାଥ ନାୟକ ଓ ଶରତ ସାମଲଙ୍କ ସହିତ ରାବଣା ଶାଖାର
ଦଳପତି ଅଲେଖ କାଣ୍ଡି ଓ ଦୁଷ୍ମନ୍ତ ମାଝି ସମେତ ଆଖପାଖ ଚାରଣ ଶାଖାର ଚାରଣମାନେ ଯୋଗ ଦେଇଥିଲେ ।
ଚାରଣ ଗୋଷ୍ଠୀ ତରଫରୁ ସାଂଗଠନିକ ବୈଠକ
ସେହିପରି ଜଳସରପୁର ଗ୍ରାମରେ ମଧ୍ୟ ଏକ ଚାରଣ
ଶାଖା ଗଠନ କରାଯାଇଛି । ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ନାୟକ, ଚକ୍ରଧର ଜେନା, ବଳରାମ ଧଳଙ୍କ ସହିତ ଅନେକ ଗ୍ରାମବାସୀ ଏହି
ଗୋଷ୍ଠୀରେ ସାମିଲ ହୋଇଛନ୍ତି ।








Comments
Post a Comment